Site icon ଆଜିକାଲି

ନିଶାଶକ୍ତ ପୁଅର ଜଘନ୍ୟ କାଣ୍ଡ! ଲୁହା ଛଡ଼ରେ ପିଟି ବାପାକୁ ହତ୍ୟା କଲା ପୁଅ

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ନିଶାଶକ୍ତ ପୁଅର ଜଘନ୍ୟ କାଣ୍ଡ। ଲୁହା ଛଡ଼ରେ ପିଟି ବୃଦ୍ଧା ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ୮୦ ବର୍ଷୀୟ ବୃଦ୍ଧ ହାଡ଼ିଆ ପ୍ରଧାନ। ପୁଲିସ ଅଭିଯୁକ୍ତ ପୁଅ ରୁକେଶ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଯେ, ଗତ ଷୋମବାର ସନ୍ଧ୍ୟା ସମୟରେ ପୁଅ ରୁକେଶ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲା। କୌଣସି କଥାକୁ ନେଇ ବାପପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ରୁକେଶ ଉତ୍‌କ୍ଷିପ୍ତ ହୋଇଲୁହା ଛଡ଼ ଆଣି ବାପାକୁ ପିଟିଥିଲା। ଘଟଣାସ୍ଥଳରେ ହାଡ଼ିଆଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସଂପର୍କରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Exit mobile version