Site icon ଆଜିକାଲି

କପିଳେଶ୍ୱର ମନ୍ଦିରରୁ ଚୋରି ପ୍ରତିବାଦରେ ସୋନପୁର-ବିନିକା ମୁଖ୍ୟ ରାସ୍ତା ଅବରୋଧ

ବିନିକା: କପିଳେଶ୍ୱର ମନ୍ଦିରରୁ ଚୋରି ପ୍ରତିବାଦରେ ସୁବର୍ଣ୍ଣପୁର ଜିଲାର ଉର୍ଲେଠାରେ ସୋନପୁର-ବିନିକା ମୁଖ୍ୟ ରାସ୍ତା ଅବରୋଧ । ଫଳରେ ଉକ୍ତ ରାସ୍ତା ଦେଇ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଉଭୟ ପାର୍ଶ୍ବରେ ଅନେକ ଗାଡ଼ି ଅଟକ ରହିଛି। ଆଜି ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏ ଏହି ରାସ୍ତାରୋକ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ବିନିକା ତହସିଲଦାର ଓ ଏସଡିପିଓ ପ୍ରମୁଖ ପହଞ୍ଚି ଧାରଣାରତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ସୂଚନା ଯେ, ଗତ ମାସ ୨୨ ତାରିଖରେ ଦୁର୍ବୃତ୍ତମାନେ କପିଳେଶ୍ୱର ମନ୍ଦିରର ୩ଟି ଦାନବାକ୍ସ ଚୋରି କରିଥିଲେ। ହେଲେ ଘଟଣା ଘଟିବାର ଏତେ ଦିନ ବିତିଯାଇଥିଲେ ବି ଏହି ମାମଲାରେ କାହାରିକୁ ଗିରଫ କରାଯାଇନାହିଁ ବା ଦାନବାକ୍ସରୁ ଚୋରି ହୋଇଥିବା ଟଙ୍କା ଉଦ୍ଧାର ହୋଇନାହିଁ।

FacebookTwitterLinkedinWhatsapp
Exit mobile version