Site icon ଆଜିକାଲି

ସାଉଣ୍ଡ ଏବଂ ଲାଇଟ ମାଲିକ ସଂଘ ର ବୈଠକ ଅନୁଷ୍ଠିତ

କେନ୍ଦୁଝର,  କେନ୍ଦୁଝର ଜିଲ୍ଲା ସାଉଣ୍ଡ ଏବଂ ଲାଇଟ ମାଲିକ ସଂଘ ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗକୁ ପାର୍ବଣ ୠତୁ ଆସୁଥିବାରୁ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆମ ପରିବେଶ କୁ କିପରି ଶବ୍ଦ ପ୍ରଦ୍ୟୁଷଣ ରୁ ରକ୍ଷା କରାଯାଇ ପାରିବ ତଥା ଜିଲ୍ଲା ପ୍ରଶାସନ ର ନିୟମାନୁସାରେ ସାଉଣ୍ଡ ବାଜିବା ସହ ଶୃଙ୍ଖଳା ରକ୍ଷା ହୋଇପାରିବ ସେଥିପାଇଁ ଏକ ସଚେତନତା ମୂଳକ ନିୟମ ପ୍ରସ୍ତୁତ କରାଯାଇଥିଲା । ସମସ୍ତ ସାଉଣ୍ଡ୍ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଜିକୃତ କରିବା ନିହାତି ଆବଶ୍ୟକ । ଉପଜିଲ୍ଲାପାଳ ଏବଂ ଥାନାର ଅନୁମତି ବିନା କୌଣସି ସ୍ଥାନରେ ଶୋଭାଯାତ୍ରା କରାଯିବ ନାହିଁ । ରାତ୍ର ୧୦ଟା ପରେ କୌଣସି ସ୍ଥାନରେ ସାଉଣ୍ଡ ବାଜିବ ନାହିଁ, ସାଉଣ୍ଡ୍ ୬୫ ଡିବିରେ ବଜାଇବାକୁ ବାଧ୍ୟ । କୌଣସି ସରକାରୀ ଅଫିସ୍, ସ୍କୁଲ୍, କଲେଜ୍ ଓ ମେଡିକାଲ୍ ସମ୍ମୁଖରେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦ ରହିବ । କୌଣସି ସାଉଣ୍ଡ ଯଦି ଅଧିକ ଜୋର୍‌ରେ ବାଜେ, ତେବେ ତାଙ୍କ ନାମରେ ସଂଘ ତରଫରୁ ଥାନାରେ ଅଭିଯୋଗ କରାଯିବ । ଅଧିକା ସାଉଣ୍ଡ୍ ପାଇଁ କୌଣସି ସମସ୍ୟା ହେଲେ ସାଉଣ୍ଡ ମାଲିକ ପୂର୍ଣ୍ଣ ମାତ୍ରାରେ ଦାୟୀ ରହିବେ । ଶୋଭାଯାତ୍ରା ସମୟରେ ଯଦି ପୋଲିସ୍ ଆସି ବନ୍ଦ କରନ୍ତି, ତେବେ ଆମେ ସାଉଣ୍ଡ୍ ସମ୍ପୂର୍ଣ୍ଣ ବନ୍ଦ କରିବା । ସାଉଣ୍ଡ୍ ଜନିତ କୌଣସି ଅଭିଯୋଗ ପାଇ ଯଦି ପୋଲିସ୍ ଆସି ସେହି ଗାଡିକୁ ସିଜ୍ କରନ୍ତି, ସେଥିପାଇଁ ସଂଘ ଦାୟୀ ହେବନାହିଁ  ବୋଲି ସଂଘ ର ସଭାପତି ବିବ୍ୟରଞ୍ଜନ ମହାପାତ୍ର ଏବଂ ସଂଘର ର ସମ୍ପାଦକ ଦିବ୍ୟପ୍ରସାଦ ସାହୁ କହିଛନ୍ତି ।

Exit mobile version