Site icon ଆଜିକାଲି

କେନ୍ଦୁଝରରେ ଆରମ୍ଭ ହେଲା ସାଇବର ସେସେଫ୍ଟି ଅଭିଯାନ 

କେନ୍ଦୁଝର, ଆଜି କେନ୍ଦୁଝର ଆରକ୍ଷୀଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ରେ କିଭଳି ସାଇବର କ୍ରାଇମ ରୋକାଯାଇ ପାରିବ ସେଥିପାଇଁ ସଚେତନତା ଅଭିଯାନ ଆରମ୍ଭ କରାଯାଉଥିବା ସୂଚନା ଦେଇଥିଲେ । ସାଇବର ଠକ ମାନଙ୍କ ଠାରୁ କିଭଳି ଜିଲ୍ଲାର ସାଧାରଣ ଲୋକ ସୁରକ୍ଷା ପାଇବେ ସେଦିଗରେ ସମସ୍ତଙ୍କୁ ସଚେତନ ହେବାକୁ କହିବା ସହିତ ଗଣମାଧ୍ୟମ ମାଧ୍ୟମରେ ଏହି ଅଭିଯାନ ର ପ୍ରଚାର ଓ ପ୍ରସାର ପାଇଁ ସହଯୋଗ ଲୋଡିଛନ୍ତି । ସାଧାରଣ ଲୋକ ମାନେ ମଧ୍ୟ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସଚେତନତା ବାର୍ତା ଦେବାପାଇଁ ଆଗେଇ ଆସିବାକୁ ଅପେକ୍ଷା ରଖିଛନ୍ତି ।  ଆରକ୍ଷୀଅଧିକ୍ଷକ ଶ୍ରୀ ନିତିନ କୁସଲକର ଦାଗୁଡୁ ସାଇବର ସତର୍କତା ବାର୍ତ୍ତା ରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ତନ୍ମଧ୍ୟରୁ କିପରି ସାଇବର ଅପରାଧରୁ ସୁରକ୍ଷିତ ରହିବେ, ସୋସିଆଲ ମିଡ଼ିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ପିଲାଙ୍କୁ କିପରି ସାଇବର ଅପରାଧରୁ ସୁରକ୍ଷିତ ରଖିବେ, ଆର୍ଥିକ କାରବାର ସମୟରେ ସତର୍କତା, ଅନଲାଇନ ସପିଙ୍ଗ ରେ ସତର୍କତା, ଲୋନ ଆପ ଠକେଇ, ନିଯୁକ୍ତି ଠକେଇ । କୋଣସି ମୁହୂର୍ତ୍ତରେ ସାଇବର ଠକାମୀର ଶିକାର ହେଉଥିବା ଅନୁଭବ କଲେ ତୁରନ୍ତ ୧୯୩୦ ସହାୟତା ନମ୍ବର କୁ ଯୋଗାଯୋଗ କରି ପାରିବେ ବୋଲି ଆରକ୍ଷୀଅଧିକ୍ଷକ ସୂଚନା ଦେଇଛନ୍ତି ।

Exit mobile version