Site icon ଆଜିକାଲି

ନୂଆବର୍ଷ ଭିଡ ସମ୍ଭାବନା ଦୃଷ୍ଟିରୁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ- ନୂଆବର୍ଷରେ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ମରୀଚିକୋଟ ଛକରୁ ହେବ ‘ନୋ ଭେଇକିଲ୍ ଜୋନ୍’। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ଆମ୍ବୁଲାନ୍ସ ପାଇଁ ଗ୍ରୀନ୍ କରିଡର ସହ କରାଯିବ ଫିଡବ୍ୟାକ୍ ସେଣ୍ଟର ମଧ୍ୟ ରଖା ଯାଇଛି । ବେଳାଭୂମିରେ ହଟସ୍ପଟ ପାଟ୍ରୋଲିଂ ଓ ସମୁଦ୍ରକୂଳ ଅଞ୍ଚଳରେ ତିନୋଟି ଫାଣ୍ଡିରେ ପୋଲିସ ମୁତୟନ ରହିବେ ବୋଲି ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି ।

କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ଭିଡ଼ ବ୍ୟବସ୍ଥାର ସମୀକ୍ଷା କରିଥିବା ବେଳେ ଶୃଙ୍ଖଳିତ ଦର୍ଶନ , ଭିଡ ନିୟନ୍ତ୍ରଣ , ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି।

Exit mobile version