Site icon ଆଜିକାଲି

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ସୂର୍ଯ୍ୟପରାଗ ନୀତି; ଗ୍ରହଣ ମହାସ୍ନାନ ପରେ ଜଗାଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ପୁରୀ : ଆଜି କେତୁଗ୍ରସ୍ତ ସୂର୍ଯ୍ୟପରାଗ । ଏନେଇ ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ପରିବର୍ତ୍ତନ କରାଯିବ ସହ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ରାତି ୧୨:୧୦ରେ ଦ୍ଵାର ଫିଟିବା ପରେ ମଇଲମ, ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ପୂଜା ହୋଇ ରାତ୍ର ୨.୨୫ରୁ ୨.୩୫ ମଧ୍ୟରେ ଗୋପାଳବଲ୍ଲଭ ଶେଷ ହୋଇଥିଲା । ଏହାପରେ ସକାଳଧୂପ, ବାଳଧୂପ ହୋଇ ଭୋର ୪ଟାରେ ନାରାୟଣ ଦେବ ସାଗର ବିଜେ କରିଥିଲେ। ୪.୩୦ ରୁ ୪.୪୦ ମଧ୍ୟରେ ଭୋଗମଣ୍ଡପ ସରିଥିଲା । ୪ଟା ୫୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଆରମ୍ଭ ହେବ। ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ହୋଇ କୋରାଭୋଗ ହେବାସହ ଅନ୍ୟାନ୍ୟ ନୀତି ବଢିବ। ପରେ ଶ୍ରୀମନ୍ଦିରରେ ଜଗାଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

Exit mobile version