Site icon ଆଜିକାଲି

ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ଆସନ୍ତା ୧୦ତାରିଖରୁ ୧୭ ଯାଏଁ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାଡ୍ ବ୍ୟବସ୍ଥା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ସ୍କ୍ୱାଡ୍ ଅଚାନକ ଗସ୍ତ କରିବେ। ପ୍ରଶ୍ନପତ୍ର ହବ୍‌କୁ ଯାଇଛି । ଯେତେ ଶୀଘ୍ର ସମ୍ଭବ ସିସିଟିଭି ଲଗାଇବାକୁ କୁହାଯାଇଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି। ଜିଲ୍ଲା ପ୍ରଶାସନ ସହ ବି ସହଯୋଗ ପାଇଁ ଆଲୋଚନା ହୋଇଛି । ହବ୍‌ରୁ ପରୀକ୍ଷା ସେଣ୍ଟର ଯାଏଁ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ବ୍ୟକ୍ତି ଙ୍କୁ ଦାୟିତ୍ୱ ଦିଆଯାଇଛି ।ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

Exit mobile version