Site icon ଆଜିକାଲି

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ସ୍ବତନ୍ତ୍ର ‘ଟାସ୍କଫୋର୍ସ’

ଭୁବନେଶ୍ୱର : ଚାଳକ ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ଏଥିରେ ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ ଆୟୁକ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଏବଂ ପରିବହନ ଆୟୁକ୍ତ ସଦସ୍ୟ ରହିଛନ୍ତି ।

ଅତ୍ୟାବଶ୍ୟକ ସାମଗ୍ରୀର ସୁପରିବହନ ସୁନିଶ୍ଚିତ କରିବାକୁ ଏହି ଟାସ୍କଫୋର୍ସ ଆବଶ୍ୟକ ପଦକ୍ଷେପ ନେବ। ଏହାସହ ତିନୋଟି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ପ୍ରତିଷ୍ଠା କରାଯାଇଛି। ସେଗୁଡ଼ିକ ହେଲା- ଷ୍ଟେଟ୍ ଇମର୍ଜେନ୍ସି ରେସପନସ୍ ସେଣ୍ଟର (ନମ୍ବର ୧୧୨), ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ (ନମ୍ବର ୧୮୦୦୩୪୫୧୦୭୩) ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର (ନମ୍ବର ୦୬୭୪-୨୩୯୩୬୪୪)।

Exit mobile version