Site icon ଆଜିକାଲି

ସୁନାବେଶରେ ଶ୍ରୀକ୍ଷେତ୍ର ଜଗିବ ଡ୍ରୋନ୍‌, ମେଡିକାଲ ଛକରୁ ସିଂହଦ୍ୱାର ଯାଏ ଗାଡ଼ି ଚଳାଚଳ ବାରଣ

ପୁରୀ : ସୁନାବେଶ ପାଇଁ ଟ୍ରାଫିକ ଗାଇଡଲାଇନ୍‌। ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍‌ । ଟ୍ରାଫିକ ମୋବିଲିଟି ପାଇଁ ଡ୍ରୋନ୍‌ ମୁତୟନ କରାଯିବ। ଯାତ୍ରୀମାନେ କେଉଁ ବାଟ ଦେଇ ବଡ଼ ଦାଣ୍ଡକୁ ଯିବେ ଏବଂ କେଉଁଠି ସେମାନଙ୍କ ବାଇକ୍‌, କାର୍‌ ଓ ବସ୍‌ ପାର୍କିଂ କରିବେ ସେନେଇ ସୂଚନା ଦେଇଛନ୍ତି ଟ୍ରାଫିକ ଦାୟିତ୍ୱରେ ଥିବା ଏଡିଜି ଅମିତାଭ ଠାକୁର।

ଭିଡ଼ ନିୟନ୍ତ୍ରଣ ପାଇଁ ମେଡିକାଲ ଛକରୁ ବଡ଼ଦାଣ୍ଡ ଯାଏ ସମସ୍ତ ରାସ୍ତାକୁ କୌଣସି ଗାଡ଼ି ନ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି। ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ୨୯ଟି ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି। ଆମ୍ବୁଲାନ୍‌ସ ପାଇଁ ଗ୍ରୀନ୍‌ କରିଡ଼ର ବ୍ୟବସ୍ଥା କରାଯାଇଛି। ସୁନାବେଶରେ କେବଳ ଟ୍ରାଫିକ ଦାୟିତ୍ୱରେ ୫୧ ପ୍ଲାଟୁନ୍‌ ଫୋର୍ସ ରହିବେ।

Exit mobile version