Site icon ଆଜିକାଲି

ସ୍ପିରିଜା ଫେଷ୍ଟ-୨୦୨୩ ଉଦ୍‌ଘାଟିତଦୁଲୁକିଲା ମଞ୍ଚ, ଝୁମିଲେ ଦର୍ଶକ

କେନ୍ଦୁଝର, (ନିପ୍ର) ଜିଲାର ଅଗ୍ରଣୀ କଳା ଶିକ୍ଷାନୁଷ୍ଠାନ ସ୍ପିରିଜା ର
ଶୁକ୍ରବାର ସନ୍ଧ୍ୟାରେ ‘ସ୍ପିରିଜା ଫେଷ୍ଟ-୨୦୨୩’ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦୁଝରଗଡ଼ ପୌର ନିର୍ବାହୀ ଅଧିକାରୀ ଡା.ମଧୁସ୍ମୀତା ସାମନ୍ତରାୟ ମୁଖ୍ୟଅତିଥ୍‌ ଭାବେ ଯୋଗଦେଇ  ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ଅବସରରେ ଜିଲାରେ କଳାର ବିକାଶକ୍ଷେତ୍ରରେ ଅନୁଷ୍ଠାନର ଭୂମିକା ବେଶ୍ ପ୍ରଶଂସନୀୟ ବୋଲି କହିଥିଲେ । ବରିଷ୍ଠ ପରିଚାଳକ ଶୁଭେନ୍ଦୁ କୁମାର ଚକ୍ର, ଡି.ଏନ୍‌.ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି ଓ
ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି
ଭାବେ ଯୋଗଦେଇ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା
କରିଥିଲେ। ଏହି ଅବସରରେ ଜିଲାର ସଂସ୍କୃତିକ ଅନୁଷ୍ଠାନ
ଉପାସନା ଡ୍ୟାନ୍ସ ଏକାଡେମୀ ଓ ଡ୍ୟାନ୍ସ ଜୋନ କଳାକାରଙ୍କ
ଦ୍ବାରା ଚିତ୍ତାକର୍ଷକ ନୃତ୍ୟାଭିନୟ ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିବା ବେଳେ ଗୁରୁ ତୁଷାର ରଞ୍ଜନ ଦାଶ, ଊର୍ମିଳା ରାଉତ ଓ ଡ଼ି.ସୁପ୍ରିୟା ଗୋସ୍ୱାମୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦେଶିକା ପ୍ରଗତିକା ମହାନ୍ତି ସ୍ବାଗତଭାଷଣ ଓ ଅତିଥ୍ ପରିଚୟ ପ୍ରଦାନ କରିବା ଅବସରରେ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କୋଫାଉଣ୍ଡର ତଥା ଅନୁଷ୍ଠାନର କୋରିଓଗ୍ରାଫର ଆର୍ଯ୍ୟନ ରାୟ ଅନୁଷ୍ଠାନର ସଦସ୍ୟ ତଥା ସମାଜସେବୀ ମଳୟ ମହାପାତ୍ର, ୱାସିମ ନାୟାର ଓ ଉତ୍କଳ
ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ବହୁ ଛାତ୍ରଛାତ୍ରୀ ଜାତୀୟ ଓ ଅର୍ନ୍ତଜାତୀୟସ୍ତରରେ ସୁନାମ ଅର୍ଜନ କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଥିବା ସମ୍ପର୍କରେ ସଦସ୍ୟ ତଥା ସମାଜସେବୀ ମଳୟ ମହାପାତ୍ର  ସୂଚନା ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version