ଭୁବନେଶ୍ୱର : ମଧ୍ୟପ୍ରଦେଶରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପଦକ ଜିତିଥିବା ରାଜ୍ୟର କ୍ରୀଡାବିତଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନଗଦ ପୁରସ୍କାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ତଥା ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଓ କ୍ରୀଡା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଉପସ୍ଥିତ ରହି ପଦକ ବିଜେତାଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ପଦକ ବିଜେତାମାନଙ୍କୁ ମୋଟ ୧ କୋଟି ୫୫ ଲକ୍ଷ ୨୨ ହଜାର ୫୦୦ ଟଙ୍କା ନଗଦ ପୁରସ୍କାର ଦିଆଯାଇଥିଲା। ସ୍ୱର୍ଣ୍ଣ ପଦକ ଜିତି ଥିବା ଦଳ ଓ ବ୍ୟକ୍ତିଗତ କ୍ରୀଡାବିତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ରୈ।ପ୍ୟ ବିଜେତାମାନଙ୍କୁ ୭୫ ହଜାର ଓ କାଂସ୍ୟ ବିଜେତାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ଓଡ଼ିଶା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପ୍ରଥମ ୧୦ ସ୍ଥାନରେ ରହିଥିଲା।
କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ନିକଟ ଅତୀତରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପ୍ରମୁଖ ପାରା ଆଥଲେଟ ଜୟନ୍ତୀ ବେହେରା, ପ୍ରମୋଦ ଭଗତ ଓ ସବିତା ଟପ୍ପୋଙ୍କୁ ନଗଦ ଅର୍ଥ ପୁରସ୍କାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି।