Site icon ଆଜିକାଲି

ଭିଜିଲାନ୍ସ ପଞ୍ଝାରେ କ୍ରୀଡା ଶିକ୍ଷକ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ

ବ୍ରହ୍ମପୁର: ଭିଜିଲାନ୍ସ ପଞ୍ଝାରେ କ୍ରୀଡା ଶିକ୍ଷକ । ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଶିକ୍ଷକ ଜନାର୍ଦନ ସାହୁଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାତ୍ରପୁର ବ୍ଲକ ଜୟନ୍ତିପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଜନାର୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବ୍ରହ୍ମପୁର ଅନନ୍ତନଗରସ୍ଥିତ ବାସଭବନ, ପେଟ୍ରୋଲ ପମ୍ପ ଓ ଜୟନ୍ତୀପୁରସ୍ଥିତ ନିଜ ପୈତୃକ ବାସଭବନ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି ।

Exit mobile version