Site icon ଆଜିକାଲି

ଶ୍ରୀ ଗୋପାଳଜୀ ପାଠାଗାର ପକ୍ଷରୁ ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ କାଣ୍ଡେଲ ଶୋଭାଯାତ୍ରା

କେନ୍ଦୁଝର, ଓଡିଶା ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ରେ ନକ୍ସଲ ଓ ସି ଆର ପି ଏଫ୍ ଯବାନ ଙ୍କ ମଧ୍ୟ ରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳି କାଣ୍ଡ ରେ ୬୦ ବାଟାଲିୟନ କନେଷ୍ଟବଳ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଛନ୍ତି ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡରେ ହୋଇଥିବା ବେଳେ ତାଙ୍କ ସହିଦ ଖବର ଶୁଣିବା ପରେ ସାରା କେନ୍ଦୁଝର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା। ସୁଶାନ୍ତ ଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଶ୍ରୀ ଗୋପାଳଜୀ ପାଠାଗାର ପକ୍ଷରୁ ଏକ କାଣ୍ଡେଲ ରାଲି ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରୁ ବାହାରି ନଗର ପରିକ୍ରମା କରି ପୁନର୍ବାର ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖର ପହଞ୍ଚି ସହିଦଙ୍କ ଆତ୍ମାର ସଦଗତି ନିମିତ ନିରବ ପାର୍ଥନା କରିଥିଲେ।

FacebookTwitterLinkedinWhatsapp
Exit mobile version