Site icon ଆଜିକାଲି

ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ରାଧା ଦାମୋଦର ବେଶ ହୋଇଥାଏ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ସମୟରେ ମହାପ୍ରଭୁଙ୍କ ପାଖରେ ଏକ ବିଶେଷ ଭୋଗ ଲାଗିଥାଏ । ଯାହା ବାଳ ଧୂପ ନାମରେ ପରିଚିତ । ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା,ଖଇ, ନଡ଼ିଆ, ଖୁଦି, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି, ପଇଡ଼ ଭୋଗ ହୋଇଥାଏ ।

ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଙ୍କିର୍ତ୍ତନ ହୋଇଥାଏ । ଅବକାଶ ନୀତି ବଢ଼ି ସକାଳ ଧୂପ ପରେ ହୋଇଥାଏ । ବିଭିନ୍ନ ମଠ ବାଡ଼ିରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥାଏ । ରାଧାବଲ୍ଲଭ ମଠ ପରିସରରେ ମଧ୍ୟ ଅନୁଷ୍ଠିତ ହେଉଛି ଏହି ବେଶ ।

Exit mobile version