Site icon ଆଜିକାଲି

ଶ୍ରୀମନ୍ଦିର ବିବାଦର ସମାଧାନ, ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ଓ ଅବକାଶ ନୀତି ପରେ ଆଗେଇବ ଅନ୍ୟ ନୀତିକାନ୍ତି

ପୁରୀ : ଶ୍ରୀମନ୍ଦିରରେ ଜଣେ ସେବା ନିବୃତ୍ତ ସିଂହାରୀ ସେବାୟତ ପୁଣି କାର୍ଯ୍ୟରେ ନିୟୋଜିତ ହେବାକୁ କେନ୍ଦ୍ର କରି ହୋଇଥିବା ବିବାଦର ସମାଧାନ ହୋଇଛି । ଏହି ବିବାଦ ଯୋଗୁଁ ମଙ୍ଗଳ ଆଳତି ପରେ ଶ୍ରୀଜିଉଙ୍କ ନୀତିକାନ୍ତି ଆଗେଇ ପାରିନଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସେବାୟତ ମାନଙ୍କ ସହ ଆଲୋଚନା କରିବା ପରେ ବିବାଦର ସମାଧାନ ହୋଇଛି। ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ପରେ ଅବକାଶ ନୀତି ହେବ । ସେବାୟତଙ୍କ ସହ ଆଲୋଚନା ପରେ ଏହା ନିଷ୍ପତ୍ତି ନିଆଯାଇଛି।

ଏହାପରେ ଆଗକୁ ନୀତିକାନ୍ତି ବଢିବା ନେଇ ସୂଚନା ମିଳିଛି । ସେବା ନିବୃତ୍ତ ଜଣେ ସିଂହାରୀ ସେବାୟତଙ୍କୁ ନେଇ ବିବାଦ ହୋଇଥିଲା ।ସେବା ନିବୃତ୍ତ ସତ୍ତ୍ବେ ସେବା କାର୍ଯ୍ୟରେ ନିୟୋଜିତ ହେବାରୁ ବିବାଦ ସୃଷ୍ଟି ହୋଇଥିଲା। ଅନ୍ୟ ସେବାୟତଙ୍କ ବିରୋଧ ଯୋଗୁଁ ଶ୍ରୀଜିଉମାନଙ୍କର ନୀତିକାନ୍ତି ବନ୍ଦ ଥିଲା ।

Exit mobile version