Site icon ଆଜିକାଲି

ନୂଆବର୍ଷରେ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ

ଭୁବନେଶ୍ୱର : ନୂଆବର୍ଷରେ ଅଘଟଣ । ରବିବାର ଇଂରାଜୀ ନୂଆବର୍ଷ ୨୦୨୩ରେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ବ୍ୟତିକ୍ରମ । ଜଣେ ବ୍ୟକ୍ତି ମନ୍ଦିର ଗର୍ଭଗୃହରେ ଥିବା ଭୋଗ ମଣ୍ଡପକୁ ପ୍ରବେଶ କରିବାରୁ ଭୋଗ ମାରା ହୋଇଥିଲା । ଯାହାକୁ ନେଇ ଦିନ ତମାମ୍‌ ଦିଅଁଙ୍କର ନୀତି ବନ୍ଦ ରହିଥିଲା। ଅନ୍ୟପଟେ ଭୋଗକୁ ଅମଣିଆ କୂଅରେ ପକାଯିବା ଏବଂ ନ ପକାଯିବାକୁ କେନ୍ଦ୍ରକରି ବଡୁ ନିଯୋଗ ସମ୍ପାଦକ ଅରଗଳି ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ଶ୍ରଦ୍ଧାଳୁମାନେ ଗର୍ଭଗୃହକୁ ଯାଇ ନ ପାରି ଆଡ଼କାଠ ନିକଟରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଏପରି କି କୌଣସି ସେବାୟତ ମଧ୍ୟ ଗର୍ଭଗୃହ ପର୍ଯ୍ୟନ୍ତ ଯାଇପାରି ନ ଥିଲେ।

Exit mobile version