Site icon ଆଜିକାଲି

ନୂଆବର୍ଷରୁ ଭକ୍ତ ପାଇବେ ନୂଆ ଅନୁଭୂତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ସୋମବାରଠୁ ଖୋଲିବ ଏସି ସେଡ୍‌ ପାଥ୍‌ ଓ୍ୱେ

ପୁରୀ : ନୂଆବର୍ଷରୁ ଭକ୍ତ ପାଇବେ ନୂଆ ଅନୁଭୂତି। ସୋମବାର ଠାରୁ ଏସି ସେଡ୍ ପାଥ୍ ୱେ ଭିତରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇ ପାରିବେ ଭକ୍ତ। ମର୍ଚ୍ଚିକୋଟ ଛକ ନିକଟରେ ନିର୍ମାଣ ହୋଇଥିବା ଏହି ଏସି ସେଡ୍ ପାଥ୍ ୱେ ବା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ସେଡ୍ ରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ ଭକ୍ତ।

ଖବର ଅନୁଯାୟୀ, ରବିବାର ଏହି ଏସି ସେଡ୍ ପାଥ୍ ୱେର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ସୋମବାର ସକାଳ ୬ଟା ରୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି। ପ୍ରାୟ ଦୁଇ ହଜାର ଭକ୍ତ ଏହି ଏସି ସେଡ୍ ପାଥ୍ ୱେରେ ବିଶ୍ରାମ ନେଇପାରିବେ। ଏହାର ଓସାର ୧୨ ମିଟର ହୋଇଥିବା ବେଳେ ଲମ୍ବ ରହିଛି ୮୪ ମିଟର। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲୁଥିବା ସମୟରେ ଏହି ସେଡ୍ ପାଥ ୱେ ଭିତରେ ଭକ୍ତମାନେ ବିଶ୍ରାମ ନେଇପାରିବେ। ସୋମବାର ସକାଳ ୬ଟା ରେ ଏହି ଏସି ସେଡ୍ ପାଥ୍ ୱେ ଦେଇ ଭକ୍ତମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପ୍ରବେଶ କରି ଶ୍ରୀମନ୍ଦିର ଭିତରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ ବୋଲି ସୂଚନା ମିଳିଛି।

Exit mobile version