Site icon ଆଜିକାଲି

ଘନ କୁଡୁଡିରେ ଲୁଚିଗଲା ଶ୍ରୀମନ୍ଦିର, ନୀଳଚକ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ଭୁବନେଶ୍ୱର : ଘନ କୁଡୁଡିରେ ଲୁଚିଗଲା ଶ୍ରୀମନ୍ଦିର । କୁହୁଡିରେ ଅଦୃଶ୍ୟ ହୋଇଯାଇଛି ଶ୍ରୀମନ୍ଦିର ନୀଳଚକ୍ର । ଘନ କୁହୁଡି ହେତୁ ଅନେକ ସମୟ ଧରି ଭକ୍ତ ନୀଳଚକ ଦର୍ଶନରୁ ବଞ୍ଚିତ ରହିଛନ୍ତି । ପତିତିପାବନଙ୍କ ଦର୍ଶନ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ରାଧାବଲ୍ଲବ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତମାନଙ୍କ ଦର୍ଶନରେ ଟିକେ ସମସ୍ୟା ଉପୁଜିଥିଲା । ବଡ଼ଦାଣ୍ଡରେ ଲାଇଟ ଲଗାଇ ଗାଡ଼ି ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁ ସୂର୍ଯ୍ୟ ମଧ୍ୟ ଲୁଚିଯାଇଥିଲେ । ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ଘନ କୁହୁଡି ବଳୟ ମଧ୍ୟରେ ଅଦୃଶ୍ୟ ହୋଇପଡିଥିଲା ।

ଅନ୍ୟପକ୍ଷରେ ପୁଣି ଫେରିବ ଶୀତ । ତିନି ଦିନ ପରେ ରାଜ୍ୟରେ ଖସିବ ପାରଦ । ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇବ । ଫଳରେ ରାଜ୍ୟକୁ ଫେରିବ ଜାଡ଼ । ବର୍ତ୍ତମାନ ତୁଳନାରେ ବଢ଼ିବ ଥଣ୍ଡା ପ୍ରକୋପ । ଏବେ ଶୀତ କମ୍ ଥିବା ବେଳେ ଅଧିକ ରହୁଛି କୁହୁଡ଼ି ପ୍ରଭାବ । ଆଜି ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । ଏପରିକି, କିଛି ମିଟର ଦୂରରୁ ବି ଦେଖାଯାଉ ନାହିଁ ରାସ୍ତାଘାଟ କି ଗାଡ଼ିମୋଟର ।

ଗତ କିଛି ଦିନ ହେବ ରାଜ୍ୟରେ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଆସନ୍ତାକାଲି ଯାଏ ଏଭଳି କୁହୁଡ଼ି ଜାରି ରହିବ । ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ଯାଏ ରହିପାରେ । ଆଜି ପାଇଁ ୨୨ଟି ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । କାଲି ପାଇଁ ଉପକୂଳ ଓଡ଼ିଶା ସହ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ଲାଗି ରହିବ ।

Exit mobile version