Site icon ଆଜିକାଲି

ଶ୍ରୀମନ୍ଦିରରେ ଆଜି ଚିତାଲାଗି ନୀତି, ଚାରି ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଆଜି ହେଉଛି ଚିତାଲାଗି ଅମାବାସ୍ୟା। ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ଶ୍ରୀମସ୍ତକରେ ଚିତାଲାଗି କରାଯିବ। ଏଥିପାଇଁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରଥମ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଭିତରୁ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଚିତାଲାଗି ଶେଷ ହେବା ପରେ ଶ୍ରୀଜୀଉଙ୍କୁ ମହାସ୍ନାନ ଏବଂ ବେଶ କରାଯିବ। ଚିିତାଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିପାରିବେ। ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ସ୍ନାନ ମଣ୍ଡପରୁ ରାତିରେ ଫେରିବାବେଳେ ଶ୍ରୀମସ୍ତକରୁ ରତ୍ନ ଖଚିତ ଚିତା ବାହାର କରାଯାଇଥିଲା। ଚିତାଲାଗି ଅମାବାସ୍ୟା ତିଥିରେ ଚିତାଲାଗି କରାଯିବା ପରମ୍ପରା ରହିଛି ।

Exit mobile version