Site icon ଆଜିକାଲି

ମାନସିକ ଭାରସାମ୍ୟ ନେଲା ଯବାନଙ୍କ ଜୀବନ

କଟକ : ମାନସିକ ଭାରସାମ୍ୟ ନେଲା ଯବାନଙ୍କ ଜୀବନ । ବିଭାଗୀୟ ଅବହେଳା ଏବଂ ମାନସିକ ଚାପ ସହି ନପାରି ଆତ୍ମହତ୍ୟା କଲେ ଏସଏସବି (ସଶସ୍ତ୍ର ସୀମା ବଳ) ବାଟାଲିୟନର ଯବାନ। ଚିକିତ୍ସାଧୀନ ଅବସ୍ଥାରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯବାନଙ୍କ ପରିଚୟ ସୁଭାଶିଷ ସେଠୀ।

ସୁଭାଶିଷ ଗତ ୨୦୧୦ରେ ଏସଏସବି ଏସଏସବି ବାଟାଲିୟନରେ ଯୋଗ ଦେଇଥିଲେ। ଗତ ଅଗଷ୍ଟରୁ ସେ ଅସୁସ୍ଥତା ପାଇଁ ଛୁଟିରେ ଥିଲେ। ପରେ କାର୍ଯ୍ୟରେ ଯୋଗ ଦେବାକୁ ଆବେଦନ କରିଥିଲେ। ତେଣୁ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ବିଭିନ୍ନ ପ୍ରମାଣପତ୍ର ମଗାଯାଇଥିଲା ଓ ତାଙ୍କୁ ଯୋଗ ଦେବାକୁ ଅନୁମତି ମିଳି ନଥିଲା। ଫଳରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ୧୩ ତାରିଖରେ ସୁଭାଶିଷ ଢେଙ୍କାନାଳରେ ଥିବା ତାଙ୍କ ଘରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକ ତୁରନ୍ତ ଢେଙ୍କାନାଳ ଓ ପରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡିସେମ୍ୱର ୧୫ ବା ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Exit mobile version