Site icon ଆଜିକାଲି

ଆଜି ଠାରୁ କୋଣାର୍କ ଇକୋ ରିଟ୍ରିଟ୍‌, ୩ ମାସ ଯାଏଁ ଚାଲିବ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଉଛି କୋଣାର୍କ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ। ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟ ସ୍ବର୍ଣ୍ଣାଭ ବେଳାଭୂମି ଝଲସିବ। ତେବେ ଇକୋ ରିଟ୍ରିଟ ବେଳାଭୂମିରେ ୫୦ ତମ୍ବୁଘର ଓ ଦୁଇଟି ଓପନ ବାର ଖୋଲାଯାଇଛି I

ପର୍ଯ୍ୟଟକ ମାନଙ୍କ ରାତ୍ରିଯାପନ ପାଇଁ ତାରକା ହୋଟେଲ ଭଳି ତମ୍ବୁ ଘରେ ସମସ୍ତ ସୁବିଧା ରହିବ। ପ୍ରାକୃତିକ ପରିବେଶରେ ଅନନ୍ୟ ଅନୁଭୂତି ସାଉଁଟିବେ ପର୍ଯ୍ୟଟକ। ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ I ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡା,ବାନାନା ବୋଟ୍,’ପାରାସେଲିଙ୍ଗ,ସାଇକେଲ ଚାଳନା, ସଂଗୀତ ଆଦି କାର୍ଯ୍ୟକ୍ରମ ରହିଛି I ଏହି ଇକୋ ରିଟ୍ରିଟ ଆସନ୍ତା ୩ ମାସ ଧରି ଚାଲିବ।

Exit mobile version