Site icon ଆଜିକାଲି

ଦୀର୍ଘ ୨୫ବର୍ଷ ପରେ ରାଜ୍ୟ ବାର୍ କାଉନସିଲକୁ ନିର୍ବାଚିତ ହେଲେ ଆଡଭୋକେଟ୍ ଗିରିଜା ମିଶ୍ର

କେନ୍ଦୁଝର, କେନ୍ଦୁଝର ବାର୍ ଆସୋସିଏସନ ରୁ ଦୀର୍ଘ୨୫ ବର୍ଷ ପରେ ଆଡଭୋକେଟ୍ ଗିରିଜା ମିଶ୍ର ରାଜ୍ୟ ବାର କାଉନସିଲ ସଦସ୍ୟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ୧୯୯୬ ମସିହାରୁ କେନ୍ଦୁଝର ବାର୍ ଆସୋସିଏସନ ରେ ଓକିଲାତି କରୁଥିବା ବେଳେ ୨୦୧୧ ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦୁଝର ଓକିଲ ସଂଘର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ଶ୍ରୀଯୁକ୍ତ ମିଶ୍ର ଏକାଧିକ ରାଷ୍ଟ୍ରାୟତ ବ୍ୟାଙ୍କ ତଥା ସେଲ୍ ପରି ସଂସ୍ଥା ମାନଙ୍କରେ ପାନେଲ ଲୋୟର ଭାବେ କାର୍ଯ୍ୟକରୁଛନ୍ତି ତାହାସହିତ ସେ ସମାଜ ସେବାକୁ ନିଜ ଜୀବନରେ ବ୍ରତ ଭାବେ ନେଇଥିବା ବେଳେ ମୃତ୍ୟୁ ପରେ ତାଙ୍କ ଶରୀରକୁ ମେଡିକାଲ କଲେଜକୁ ଦାନ କରିବାପାଇଁ ଚୁକ୍ତି କରିଛନ୍ତି ।

Exit mobile version