Site icon ଆଜିକାଲି

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ : କୃଷକ, ମହିଳା, ଯୁବବର୍ଗଙ୍କ ପାଇଁ ଆସିବ ସ୍ବତନ୍ତ୍ର ଯୋଜନା

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର କ୍ୟାଡର ପୁନର୍ଗଠନ ନିଷ୍ପତ୍ତି ସହ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

ସେହିପରି ରାଜ୍ୟ ସରକାର କୃଷି, ମହିଳାଙ୍କ ବିକାଶ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ଭିତ୍ତିଭୂମି ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି । ତେଣୁ ଏନେଇ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ବୈଠକରେ ଅନୁମୋଦନ ମିଳିପାରେ । ରାଜ୍ୟରେ ଅସହାୟ ବୃଦ୍ଧ/ବୃଦ୍ଧା କଲ୍ୟାଣ ଦିଗରେ ମଧ୍ୟ କିଛି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଏହାବ୍ୟତୀତ ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଜଳ ସମ୍ପଦ, ସମବାୟ ପରି ବିଭାଗ ସମ୍ପର୍କିତ ପ୍ରସ୍ତାବ ବୈଠକରେ ଆଗତ ହେବାରେ ସମ୍ଭାବନା ରହିଥିବା ଜଣାପଡ଼ିଛି ।

Exit mobile version