Site icon ଆଜିକାଲି

ଧାମନଗର ଉପ-ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର : ପାଖେଇ ଆସିଲାଣି ଧାମନଗର ଉପ-ନିର୍ବାଚନ। ଏହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଲୋହାନୀଙ୍କ ସାମ୍ବାଦିକ ସମ୍ମିଳନୀ । ଧାମନଗର ଉପନିର୍ବାଚନ ପ୍ରକ୍ରିୟା ସୁରୁଖୁରରେ ଚାଲିଛି। ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟାରେ ପ୍ରଚାର ସରିବ। ୩ ତାରିଖରେ ନିର୍ବାଚନ ହେବ। ୬ ତାରିଖରେ କାଉଣ୍ଟିଂ ହେବ ଓ ରେଜଲ୍ଟ ପ୍ରକାଶ ପାଇବ।

ଧାମନଗର ଉପ-ନିର୍ବାଚନରେ ୧୧ ଶହ ପୁଲିଙ୍ଗ ଅଧିକାରୀ ନିୟୋଜିତ ରହିବେ । ଭୋଟ ବେଳେ ୫୦% ବୁଥରେ ହେବ ୱେବକାଷ୍ଟ । ଏଥିପାଇଁ ଦୁଇ ଜଣ ସେଣ୍ଟ୍ରାଲ ଅବଜରଭର ବି ଆସି ସାରିଛନ୍ତି । ନିର୍ବାଚନ ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ମୋଟ ୧୦୬ ସମ୍ବେଦନଶୀଳ ବୁଥ ରହିଛି । ୧ ନଭେମ୍ବରରେ ପୋଲିଂ ପାର୍ଟି ଧାମନଗରରେ ପହଞ୍ଚିବେ । ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ରାଜନୈତିକ ଦଳ ପକ୍ଷରୁ ଅନେକ ଅଭିଯୋଗ ହୋଇଛି । ସେସବୁର ଭେରିଫିକେସନ କରିବାକୁ ଜିଲାପାଳଙ୍କୁ ପଠାଯାଉଛି । ସେହିପରି ଏସଜିଏଚ ମହିଳା ଟଙ୍କା ବଣ୍ଟା ଭାଇରାଲ ଆଇନ ଅନୁଯାୟୀ ଏଫଆର ପଞ୍ଜିକୃତ କରାଯାଇଛି । କୋଟିଏ ଟଙ୍କା ଅଫର ଦେବା ପ୍ରସଙ୍ଗରେ ବି ଏଫଆର ପଞ୍ଜିକୃତ କରାଯାଇଛି । ଏହା ସହ ଜେଏମଏଫସି କୋର୍ଟରେ ବି ତାଙ୍କୁ ପ୍ରଡ୍ୟୁସ କରାଯାଇଛି ।

Exit mobile version