Site icon ଆଜିକାଲି

ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବ : ବିଭିନ୍ନ ବିଭାଗରେ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବ । ଅଧ୍ଯାପକ, ଅଫିସର ଓ ଷ୍ଟାଫଙ୍କୁ ନିଯୁକ୍ତି ମିଳିଛି । ଆଜି ୧ ହଜାର ୧୫୨ ନୂଆ ଅଧ୍ଯାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ୯୭୭ ଅଧ୍ଯାପକ, ୮୭ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଫିସର, ୫୭ ସମବାୟ ସମିତି ନିରୀକ୍ଷକ, ସୂଚନା ଓ ଲୋକ ସଂପର୍କର ୩୧ ଜଣ ନବନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିଜ ନିଜ ଚାକିରି କ୍ଷେତ୍ରରେ ୫ଟି ଉପକ୍ରମରେ ଲୋକଙ୍କ ସେବା କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ।

୫-ଟି ଉପକ୍ରମରେ ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିକାଶ କାମକୁ ଆଗେଇ ନେଉଛନ୍ତି । ୫-ଟି ଉପକ୍ରମ ଦ୍ବାରା ଉନ୍ନତିମୂଳକ ପ୍ରକଳ୍ପ ସ୍ବଚ୍ଛତାର ସହ କରାଯାଉଛି। ପ୍ରତ୍ଯେକ କ୍ଷେତ୍ରରେ ସମସ୍ତଙ୍କୁ ଏହା ସଶକ୍ତ କରିବା ସହ ଉପାନ୍ତରେ ଥିବା ଶେଷ ଲୋକ ପାଖରେ ସରକାର ପହଞ୍ଚି ପାରିଛନ୍ତି । ତେଣୁ ନିଷ୍ଠାର ସହ କାମ କରି ରାଜ୍ଯର ଉନ୍ନତିରେ ଭାଗୀଦାର ହେବାକୁ ମୁଖ୍ଯମନ୍ତ୍ରୀ ନବ ନିଯୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

Exit mobile version