Site icon ଆଜିକାଲି

ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପ୍ରବେଶ ନିମନ୍ତେ ଜିଲ୍ଲାସ୍ତରୀୟ ମେଗା ଶିବିର

କେନ୍ଦୁଝର, ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ,କେନ୍ଦୁଝର ପରିସରରେ ୧୪ଟି ରାଜ୍ୟ ମୁକ୍ତ ବିଦ୍ୟାଳୟ କେନ୍ଦ୍ରରେ ନୂତନ ଭାବେ ୧୪ ରୁ ୧୮ ବର୍ଷ ମଧ୍ୟରେ ଛାତ୍ର ଛାତ୍ରୀଙ୍କ ଆଡ଼ମିଶନ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ମେଗା ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷାଧିକାରୀ ଗୌରୀରାଣୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ମହାନ୍ତ,ଟାଉନ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ପାତ୍ର,ସମସ୍ତ ବ୍ଲକ୍ ଶିକ୍ଷାଧିକାରୀ,ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ୩୩୫ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ବିନା ଦେୟରେ ଆଡ଼ମିଶନ ନେଇଥିଲେ।ଯେଉଁ ଛାତ୍ର ଛାତ୍ରୀମାନେ କୌଣସି କାରଣରୁ ଅଧାରୁ ପାଠ ଛାଡ଼ି ଅନ୍ୟ କାର୍ଯ୍ୟରେ ନିୟୋଜିତ ହୋଇଥିଲେ,ସେମାନଙ୍କୁ ଶିକ୍ଷାସ୍ରୋତରେ ସାମିଲ୍ କରାଇବା,ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପ୍ରୟାସ।ଏହି ଆଡ଼ମିଶନ ପ୍ରକିୟା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବ୍ଲକର ନୋଡାଲ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ବିନା ଦେୟରେ ହୋଇପାରିବ ବୋଲି ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ବର ମହାନ୍ତ ସୂଚନା ପ୍ରଦାନ କରିଥିଲେ।ତଦସହିତ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ସମ୍ମିଳନୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଡି.ଏନ୍. ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ।ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ମହାନ୍ତ ରାଜ୍ୟ ମୁକ୍ତ ବିଦ୍ୟାଳୟର ଉପାଦେୟତା ସମ୍ବନ୍ଧରେ ଆଲୋଚନା କରିଥିଲେ।ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ସରକାରୀ ଯୋଜନାକୁ ସଫଳ ରୂପାୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଫାଇଭ ଟି ଦ୍ବାରା ବିଦ୍ୟାଳୟରେ ଶୈଖିକ ବାତାବରଣ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଏନ୍.ଏସ୍ ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ,ମୋଚିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ଵିତିକୃଷ୍ଣ ବେହେରା,ମହାଲକ୍ଷ୍ମୀ ହାଇସ୍କୁଲ ପଦ୍ମପୁର ର ପ୍ରଧାନ ଶିକ୍ଷକ ମହେନ୍ଦ୍ର ସାହୁ,ତାରିଣୀ ବିଦ୍ୟାପୀଠ ଘଟଗାଁର ପ୍ରଧାନ ଶିକ୍ଷକ କେଶବ ଚନ୍ଦ୍ର ମିଶ୍ର,ଶିକ୍ଷକ ରଞ୍ଜନ ଘଡ଼ାଇ,ବିଜୟ କୁମାର ବେହେରା,ଲଳିତ କୁମାର ବାରିକ,ଶିକ୍ଷୟିତ୍ରୀ ସାଗରିକା ସାହୁ, ପଲ୍ଲବୀ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Exit mobile version