Site icon ଆଜିକାଲି

ବାଘ ଛାଲ ଡିଲ୍ ଚାଲିଥିବା ବେଳେ ୨ ବ୍ୟବସାୟୀଙ୍କୁ ବାନ୍ଧିଲା ଏସଟିଏଫ

ଫୁଲବାଣୀ: ଏସଟିଏଫ୍ ପଞ୍ଝାରେ ଆଜି ପଡିଛନ୍ତି କନ୍ଧମାଳର ବାଘ ଛାଲ ତସ୍କର । କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଅରାପାଯୁରୁ ଦୁଇ ବନ୍ୟଜନ୍ତୁ ତସ୍କରଙ୍କୁ ଏସଟିଏଫ୍ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘର ଛାଲ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଆରାପାଯୁ ଗାଁ ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଦୁଇ ଜଣଙ୍କୁ ମାଡିବସିଥିଲା ଏସଟିଏଫ୍ । ବାଘ ଛାଲ ବିକ୍ରି ପାଇଁ ୧୦ଲକ୍ଷ ଟଙ୍କାର ଡିଲ୍ ଚାଲିଥିଲା । ଗିରଫ ଦୁଇ ଜଣ ହେଲେ ଅରାପାଯୁ ଗାଁ ର ସୁଜିତ ରଜସ୍ଵଦିପ ଓ ଧନଞ୍ଜୟ ବେହେରା । ଗିରଫ ପରେ ସ୍ଥାନୀୟ ଏସ ଡି ଯେ ଏମ କୋର୍ଟରେ ଉଭୟଙ୍କୁ ହାଜିର୍ କରାଯିବ ବୋଲି ସୂଚନା ଦିଆଯାଇଛି । ଏ ନେଇ ଏସ୍ ଟି ଏଫ୍ ତରଫ ରୁ ପ୍ରେସ ଇସ୍ତାହାର ରେ ସୂଚନା ଦିଆଯାଇଛି।

Exit mobile version