Site icon ଆଜିକାଲି

ପଶୁ ଛାଲ ସହ ଶିକାରୀକୁ ଧରିଲା ଏସଟିଏଫ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ , ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ ସହ ଶିକାରୀକୁ ଗିରଫ କଲା ଏସଟିଫ ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଚମଡା କାରବାର ନେଇ ଏସଟିଏଫ ଖବର ପାଇ ଚାରିଛକ ଠାରେ ୫ ଦିନ ହେଲା ଡେରା ପକାଇ ରହିଥିଲା । ପରେ ହରଭଙ୍ଗା ଅଞ୍ଚଳରେ ବାଘ ଛାଲ ଡିଲ ନେଇ ସୂଚନା ପାଇଥିଲା ଏସଟିଫ । ଏହାକୁ ବ୍ରେକ କରିବା ପାଇଁ ଏସଟିଏଫ ଓ ବନବିଭାଗ ମିଳିତ ଭାବେ ଏକ ଅପରେସନ କରାଯାଇଥିଲା । ହରଭଙ୍ଗା ଅଞ୍ଚଳରୁ ଶିକାରି ଓ ୩ଟି ଜନ୍ତୁ ଛାଲ ଜବତ କରିଛି ଏସଟିଏଫ । ଜନ୍ମ ଗୁଡିକୁ ସାତକୋଶିଆ ୱାଇଲଡ ଲାଇଫ ଅଞ୍ଚଳରେ ଶିକାର କରାଯାଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଏବେ ଶିକାରୀ ନେଇ ତଦନ୍ତ ଜାରି ରଖିଛନ୍ତି ଏସଟିଏଫ । ଏହି ଘଟଣାରେ ହରଭଂଗାର ଗିରିଜା ସାହୁକୁ ଗିରଫ କରାଯାଇଛି ।

Exit mobile version