Site icon ଆଜିକାଲି

ବଜ୍ରକାପ୍ତ ଡିଲ ବେଳେ ମାଡିବସିଲା ଏସଟିଏଫ, ଦୁଇ ଗିରଫ

ବୌଦ୍ଧ : ବୌଦ୍ଧରେ ବଜ୍ରକାପ୍ତା ବିକ୍ରି ଡିଲ୍ ବେଳେ ଏସଟିଏଫ ଚଢାଉ କରି ୨ଟି ବଜ୍ରକାପ୍ତା ଉଦ୍ଧାର କରିଛି । ଏଥିରେ ସମ୍ପୃକ୍ତ ଥିବା ୨ ଶିକାରୀଙ୍କୁ ଗିରଫ କରାଯାଇଛି ।

ସୂଚନା ଯେ, ବୌଦ୍ଧ ବାଇପାସ୍‌ ରୋଡ୍ ନିକଟରେ ବଜ୍ରକାପ୍ତା ବିକ୍ରି ଡିଲ୍ ଚାଲିଥିବା ବେଳେ ବୌଦ୍ଧ ବନ ବିଭାଗ ସହାୟତାରେ ଚଢାଉ କରିଥିଲା ଏସଟିଏଫ । ଚଢାଉ ବେଳେ ୨ଟି ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ଉଚ୍ଛବ କହଁର ଏବଂ ପ୍ରଶାନ୍ତ କୁମାର ବେହେରା । ଉଭୟ ବୌଦ୍ଧ ଜିଲ୍ଲାର ବୋଲି ଜଣାପଡିଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉଦ୍ଧାର ବଜ୍ରକାପ୍ତିର ଓଜନ ୧୩ କେଜି ଓ ୧୦ କେଜି ବୋଲି ଜଣାପଡିଛି । ତେବେ ଏସଟିଏଫ ବଜ୍ରକାପ୍ତାକୁ ବୌଦ୍ଧ ବନ ବିଭାଗକୁ ହସ୍ତାନ୍ତର କରିଥିବା ବେଳେ ଶିକାରୀଙ୍କୁ ଏସଟିଏଫ ମୁଖ୍ୟାଳୟକୁ ନେଇ ସେଠାରେ ତାଙ୍କୁ ପଚରାଉଚରା ଜାରି ରହିଛି । ଏହି ଡି଼ଲ୍ ରେ ଏମାନଙ୍କ ସହିତ ଆଉ କିଏ ସାମିଲ ଥିଲେ ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ।

Exit mobile version