Site icon ଆଜିକାଲି

ଆଜି ଭୁବନେଶ୍ୱର ରେଳଷ୍ଟେସନର ପୁନଃବିକାଶ ପାଇଁ ଆଜି ଶିଳାନ୍ୟାସ

ଭୁବନେଶ୍ବର : ନୂଆ ରୂପ ପାଇବ ଭୁବନେଶ୍ୱର ରେଳ ଷ୍ଟେସନ । ବହୁ ପ୍ରତିକ୍ଷିତ ଜନସାଧାରଣଙ୍କ ହୃଦୟସ୍ପର୍ଶୀ ଅତି ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ବାରା ଆଜି(ଗୁରୁବାର) ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଯାହାକି ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରାଯିବ । ଏହା ସହ ଭୁବନେଶ୍ୱର ଷ୍ଟେସନରେ ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନକୁ ଶୁଭାରମ୍ଭ କରାଯିବ । ଭାରତବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇଦେବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପରିକଳ୍ପନା ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ସ୍ଥାନ ପାଇଛି । ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହାକୁ ମନ୍ତ୍ରୀ ଶୀଘ୍ର କାର୍ଯ୍ୟ ସମ୍ପାଦନ ପାଇଁ ଗୁରୁତ୍ୱାରୋପ କରୁଛନ୍ତି । ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହାକି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ।

ଆଜି ଭୁବନେଶ୍ବର ରେଳ ଷ୍ଟେସନର ପୁନଃ ବିକାଶ ପାଇଁ ଭିତ୍ତିପ୍ରସ୍ତର ଦିଆଯିବ । ଭୁବନେଶ୍ବର ଷ୍ଟେସନ ଠାରେ ପୁରୀ-ଜଳେଶ୍ବର-ପୁରୀ ପାସେଞ୍ଜର ଟ୍ରେନ ଓ ଅନୁଗୋଳରୁ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସକୁ ଶୁଭାରମ୍ଭ କରାଯିବ। ଭୁବନେଶ୍ଵର ଭିତ୍ତିପ୍ରସ୍ତର ସ୍ଥାପନ ହେବ ଯାହାକି ବିଶ୍ବସ୍ତରୀୟ ଢାଞ୍ଚାରେ ନିର୍ମାଣ କରାଯିବ। ସେହିପରି ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯାହାକି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ୧୪ କିଲୋମିଟର ଦୈର୍ଘ୍ୟ ଅନୁଗୁଳ-ବଳରାମ ନୂତନ ରେଳ ଲାଇନ ପାଇଁ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ଉପଯୋଗ ହୋଇପାରିବ ।

Exit mobile version