Site icon ଆଜିକାଲି

ନକଲି ଔଷଧ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : କଟକରେ ବାହାର ରାଜ୍ୟରୁ ନକଲି ଔଷଧର ଯୋଗାଣ ଧରାପଡ଼ିବା ପରେ ସବୁ ଡ୍ରଗ୍ସ ଅଫିସରଙ୍କୁ ବାହାର ରାଜ୍ୟରୁ ଆସୁଥିବା ଔଷଧ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ସୁଫଳ ଦେଖିବାକୁ ମିଳିଛି ବୋଲି କୁହାଯାଉଛି । ନକଲି ଔଷଧର ସୁରାକ ମିଳିବା ପରେ ରିଟେଲର ଦୋକାନଗୁଡିକରୁ ମଧ୍ୟ ଔଷଧ ପ୍ରତ୍ୟାହାର କରାଯାଉଛି । ବିଭିନ୍ନ ଜିଲାରେ ଚଢ଼ାଉ ପରେ ମାମଲା ରୁଜୁ କରାଯାଇଛି। କଟକ ଜିଲାରେ ୬, ଝାରସୁଗୁଡ଼ାରେ ୨ ଓ କେନ୍ଦ୍ରାପଡା, ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇଛି। ନକଲି ଔଷଧ ମାମଲାରେ ଚଢ଼ାଉ ଜାରି ରହିଛି ଓ ଆଗକୁ ମଧ୍ୟ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ନକଲି ଔଷଧ ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ କହିଛି।

Exit mobile version