Site icon ଆଜିକାଲି

ମହଜୁଦକାରୀ ଓ ଦର ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ବନ୍ୟାର ବିଭିଷୀକା ଜାରି ରହିଛି । ଏହାରି ମଧ୍ୟରେ ବ୍ୟବସାୟୀମାନେ ଜାଣିଶୁଣି ଦରଦାମ ବୃଦ୍ଧି କରିଥାନ୍ତି । ବନ୍ୟା ଭଳି ବିପଦ ସମୟରେ ହୋର୍ଡିଙ୍ଗ ବା ଜାଣିଶୁଣି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଦରଦାମ ବୃଦ୍ଧି ଏକ ଜାତୀୟ ଇସୁ। କିନ୍ତୁ ବନ୍ୟାକୁ ଦେଖି ଯେଉଁମାନେ ହୋର୍ଡିଙ୍ଗ କରୁଛନ୍ତି, ଦରଦାମ ବୃଦ୍ଧି କରୁଛନ୍ତି ସେମାନଙ୍କ ଉପରେ ଦୃଷ୍ଟି ଦେବାକୁ ବିଭାଗର ଇଣ୍ଟେଲିଜେନ୍ସ ଉଇଙ୍ଗ ଏବଂ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ହୋର୍ଡର୍ସ ଅଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ଆମର ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Exit mobile version