Site icon ଆଜିକାଲି

ମେକ୍ ଇନ୍ ଓଡିଶା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଆସନ୍ତାକାଲିଠୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ଵରର ଜନତା ମଇଦାନରେ ଆୟୋଜନ ହେବ
‘ମେକ୍‍ ଇନ୍‌ ଓଡ଼ିଶା’ କନକ୍ଲେଭ । ଏହି କନକ୍ଲେଭ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।

ବିଭିନ୍ନ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ସୁଦୃଢ଼ କରାଯାଇଛି । ୧୦ପ୍ଲାଟୁନ ପୁଲିସ ଫୋର୍ସ, ୨୧୩ ପୁଲିସ ଅଧିକାରୀ କର୍ମୀ ସୁରକ୍ଷା ଦାୟିତ୍ଵରେ ରହିବେ। ଏଥିରେ ୩ ଡିସିପି , ୨୧ ଇନ୍ସପେକ୍ଟର ଓ ୪୭ ଜଣ ଲେଖାଏଁ ଏସଆଇ ଓ ଏଏସଆଇ ମୁତୟନ ହୋଇଛନ୍ତି । ସାଧାରଣ ଲୋକ କେବଳ ୪ ତାରିଖ ସନ୍ଧ୍ୟାରେ ଜନତା ମଇଦାନ ବୁଲିପାରିବେ ।

Exit mobile version