Site icon ଆଜିକାଲି

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଇକ୍ୟୁଏଡୋର ଓ ପେରୁ, ୧୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଦକ୍ଷିଣ ଆମେରିକା ଦେଶ ଇକ୍ୟୁଏଡୋର ଓ ପେରୁ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପରେ ଏପର୍ଯ୍ୟନ୍ତ ୧୪ଜଣ ପ୍ରାଣ ହରାଇଲେଣି ।

ଆମେରିକା ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ମୁତାବକ, ଶନିବାର ଦକ୍ଷିଣ ଇକ୍ୟୁଏଡୋର ଓ ପେରୁ ଭୂମିକମ୍ପ ଅନୁଭୂତ ହୋଇଛି । ଇକ୍ୟୁଏଡୋରର ଉପକୂଳବର୍ତ୍ତୀ ଅଞ୍ଚଳ ଗୁୟାସ୍ କ୍ଷେତ୍ରରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହା ତିବ୍ରତା ୬.୮ ରହିଛି । ଏହାର କେନ୍ଦ୍ରସ୍ଥଳି ଗୁଆୟାକିଲ୍ ସହର ଠାରୁ ୮୦ କିଲୋମିଟର ଦୂରରେ ରହିଛି ।

ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ ପରିମାଣରେ ଧନ ଜୀବନ ନଷ୍ଟ ହୋଇଛି । ବର୍ତ୍ତମାନ ସୁଧା ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୬ ଆହତ ହୋଇଛନ୍ତି । ଭୂମିକମ୍ପରେ ବଡ଼ ବଡ଼ ବିଲ୍ଡିଂ ସବୁ ଭୂଶୁଡ଼ି ପଡ଼ିଛି । ମାଟି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଜଣାପଡ଼ିଛି । ସେହିପରି ପେରୁ ମଧ୍ୟ ଭୂମିକମ୍ପ ଝଟକା ଲାଗିଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରିଖିଛନ୍ତି । ଭୂମିକମ୍ପ ପରେ ଇକ୍ୟୁଏଡୋର ରାଷ୍ଟ୍ରପତି ଟ୍ବିଟ୍ କରି ଧର୍ଯ୍ୟ ନହରାଇବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ।

Exit mobile version