Site icon ଆଜିକାଲି

୫-ଟି ଅଧ୍ୟକ୍ଷଙ୍କୁ ଶୁଣିବାକୁ ବ୍ରହ୍ମପୁରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ବ୍ରହ୍ମପୁର: ସହର ଉପକଣ୍ଠ ବିବେକ ବିହାରରେ ମଙ୍ଗଳବାର ଆଖି ପାଉ ନଥିବା ଭିଡ ଭଳି ହଜାର ହଜାର ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମାବେଶ ହୋଇଥିଲା। ଗଞ୍ଜାମ ଜିଲ୍ଲା ସାରା ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିଲେ ଏତେ ବିଶାଳ ସଂଖ୍ୟକ ବିଦ୍ୟାର୍ଥୀ। ଚଳିତ ବର୍ଷ ଏ ଥିଲା କଲେଜ ଛାତ୍ରଛାତ୍ରୀଙ୍କ ପ୍ରଥମ ଏଭଳି ବିରାଟ ସମାଗମ। ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଆୟୋଜିତ ହୋଇଥିଲା ଏହି ନୂଆ-ଓ ଉତ୍ସବ। ଆଉ ଉତ୍ସାହୀ କଲେଜ ଛାତ୍ରଛାତ୍ରୀମାନେ ୫-ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନଙ୍କ ଠାରୁ ଜୀବନରେ ସଫଳ ହେବାର ଗୁରୁମନ୍ତ୍ର ଗ୍ରହଣ କରିଛନ୍ତି। କିଭଳି ସୁଯୋଗର ସଦୁପଯୋଗ କରିବେ, ରାଜ୍ୟ ଓ ଜାତି ପ୍ରତି ନିଜ କର୍ତ୍ତବ୍ୟ ତଥା ଦାୟିତ୍ବ ନିର୍ବାହ କରିବେ, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାମ୍ପସ ତଥା ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ବୁଝାଇ କହିଥିଲେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ।

୫-ଟି ଅଧ୍ୟକ୍ଷଙ୍କ ଠାରୁ ଶୁଣିବା ଓ ତାଙ୍କୁ ଦେଖିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ବିଦ୍ୟାର୍ଥୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ସମ୍ବୋଧିତ କରିଥିଲେ ଭି.କାର୍ତ୍ତିକ ପାଣ୍ଡିଆନ। ଏହି ବିଶାଳ ସମାବେଶରେ ଉତ୍ସାହୀ ଯୁବକ ଯୁବତୀଙ୍କ ଗହଣରେ ‍ପ୍ରାୟ ୫୦ ମିନିଟ୍ କାଳ ବିତାଇ ଭୁବନେଶ୍ବର ଫେରିଥିଲେ ୫-ଟି ଅଧ୍ୟକ୍ଷ। ବ୍ରହ୍ମପୁରର ବହୁ ନିର୍ବାଚିତ ଜନ ପ୍ରତିନିଧି ଓ ବରିଷ୍ଠ ନେତା ସମାବେଶରେ ଉପସ୍ଥିତ ଥିଲେ।

Exit mobile version