Site icon ଆଜିକାଲି

ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି କଲେଜ ଛାତ୍ର ମୃତ

ନବରଙ୍ଗପୁର, ନିଜର ଦୁଇ ବନ୍ଧୁ ଙ୍କ ସହ ଇନ୍ଦ୍ରାବତୀ ନଦୀ କୁ ଗାଧେଇବାକୁ ଯାଇ ଘର କୁ ଫେରିଲେ ଶବ ହେଇ । ଏଭଳି ଏକ ଘଟଣା ନବରଙ୍ଗପୁର ସହର ରେ ଶୋକର ଛାୟା ଖେଳେଇ ଦେଇଛି । ଇଚ୍ଛାବତୀଗୁଡା ଅଞ୍ଚଳ ର ଏସ.ଚାଲାମ ଙ୍କ କଲେଜ ପଢୁଆ ଏକମାତ୍ର ପୁଅ ଏସ.ମୁରଲୀ କ୍ରିଷ୍ଣା ନିଜର ଦୁଇ ସାଙ୍ଗଙ୍କ ସହ ଇନ୍ଦ୍ରାବତୀ ନଦୀ ରେ ଥିବା ଚ୍ୟାକ ଡେମ କୁ ଗାଧେଇବା ପାଇଁ ଯାଇଥିଲେ । ଗାଧେଇବା ବେଳେ ଅସାବଧାନତା ବଶତଃ ଜଳରାଶି ଭିତର କୁ ଚାଲି ଯାଇ ବୁଡି ଯାଇ ନିଖୋଜ ହୋଇଯାଇଥିଲେ । ସାଙ୍ଗରେ ଥିବା ବନ୍ଧୁ ମାନେ ତୁରନ୍ତ ୧୧୨ ମାଧ୍ୟମରେ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ର କର୍ମକର୍ତା ପହଂଚି ଅଧଘଣ୍ଟା ଖୋଜାଖୋଜି କଲାପରେ ତାଙ୍କ ମୃତ ଶରୀର କୁ ପାଣି ଭିତରୁ ଖୋଜି ବାହାର କରିଛନ୍ତି । ନିଖୋଜ ମୁରଲୀ କୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ଖବର ପ୍ରଚାରିତ ହେବାପରେ ସହର ରେ ଶୋକ ର ଛାୟା ଖେଳି ଯାଇଛି । ମୃତ ମୁରଲୀ ବାପାମା ଙ୍କ ଏକମାତ୍ର ପୁଅ ହୋଇଥିବା ବେଳେ ବର୍ତମାନ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ର ପରୀକ୍ଷା ଦେଇଥିଲେ । ଖବର ପାଉ ନବରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
ନବରଙ୍ଗପୁର ରୁ ସରୋଜ କୁମାର ବେହେରାଙ୍କ ରିପୋର୍ଟ ଆଜିକାଲି।

Exit mobile version