Site icon ଆଜିକାଲି

ମାଟ୍ରିକ ପରୀକ୍ଷା ଦେବାବେଳେ ଅଚେତ ହୋଇଗଲେ ଛାତ୍ର, ହସ୍ପିଟାଲରେ ଆଖି ବୁଜିଲେ

କୋରାପୁଟ : ଦାମନଯୋଡି ସରସ୍ୱତୀ ବିଦ୍ୟା ମନ୍ଦିର ପରୀକ୍ଷା କେନ୍ଦ୍ରରେ ଅଭାବନୀୟ ଘଟଣା । ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ହଠାତ୍‌ ବାହାରିଲା ଫିଡ୍ସ । ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ମୃତ ଛାତ୍ର ଜଣଙ୍କ ନାମ କୁନା ପୁଜାରୀ । ଆଜି ସାଧାରଣ ବିଜ୍ଞାନ ପରୀକ୍ଷା ଦେବା ପାଇଁ କୁନା ନିଜ ବାପାଙ୍କ ସହ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ସ୍ୱାଭାବିକ ଭାବେ ପରୀକ୍ଷା ଦେଉଥିବା ବେଳେ ହଠାତ୍‌ ସେ ଅଚେତ ହୋଇଗଲେ । ସ୍କୁଲ କର୍ତ୍ତୃପକ୍ଷ ପ୍ରାଥମିକ ଚିକିତ୍ସା କରିବା ପରେ ବି କୁନାଙ୍କ ଚେତା ଫେରି ନଥିଲା।

ତୁରନ୍ତ ତାଙ୍କୁ ନାଲକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା କୁନାଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଫିଡ୍ସ ଥିବାରୁ ପୁଅ ପୂର୍ବରୁ ବି ବହୁ ଥର ଅଚେତ ହୋଇଯାଇଥିବା ତାଙ୍କ ବାପା ରାମ ପୂଜାରୀ କହିଛନ୍ତି।

ଦାମନଯୋଡି ଥାନା ଅଧିକାରୀ ଗୌରହରି ସାହୁ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ପଠାଇଛନ୍ତି । ମୃତ କୁନା ମାଥାଲପୁଟ ସ୍ଥିତ ମାଲୁସାନ୍ତା ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଥିଲେ ।

Exit mobile version