Site icon ଆଜିକାଲି

ବେକରେ ଗାମୁଛା ଲଗାଇ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କେନ୍ଦୁଝର, ବକରେ ଗାମୁଛା ଲଗାଇ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରବିବାର କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପୁରୁଯୋଡ଼ା ପଞ୍ଚାୟତ ବେଣାମୁଣ୍ଡା ଗ୍ରାମ ମାଟିଆ ମୁଣ୍ଡା ସାହିରେ ଏଭଳି ଘଟଣା ଘଟିଛି । ମୃତକ ହେଲେ ସିଙ୍ଗା ପୂର୍ତ୍ତୀ ଓ ଗୋଲାପ ପୂର୍ତ୍ତୀଙ୍କ ସାନ ପୁଅ ମିଲୁ ପୂର୍ତ୍ତୀ । ସୂଚନାନୁଯାୟୀ, ଆଜି ସକାଳ ସମୟରେ ଏକ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ମିଲୁର ମୃତ ଶରୀର ଉଦ୍ଧାର ହୋଇଛି । ବେଣାମୁଣ୍ଡା ହାଇସ୍କୁଲରେ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ମିଲୁଙ୍କ ପିତା ସିଙ୍ଗା ପୁର୍ତ୍ତିଙ୍କ ପ୍ରାୟ ଆଠ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ବେଳେ ମାଆ ଗୋଲାପ ଦୁଇ ପୁଅଙ୍କୁ ପାଳିଥିଲେ। ଆଜି ପୁଅର ମୃତଦେହ ଉଦ୍ଧାର ହେବା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ମିଲୁ ଦୁଇ ଦିନ ପୂର୍ବେ ବିଦ୍ୟାଳୟରେ ବୃତ୍ତି ପରୀକ୍ଷା ଦେଇଥିବା ଜଣାପଡ଼ିଛି ।

Exit mobile version