Site icon ଆଜିକାଲି

୩୦୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କଟକ : ଚଳିତ ବର୍ଷର ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ସମେଟିଭ -୨ ପରୀକ୍ଷା ହେବ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଯାଇଛି । ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ ।

ମିଳିଥିବା ସୂଚନା ଅନୁସାରେ ୧୦ ତାରିଖ ପ୍ରଥମ ଦିନ ଓଡ଼ିଆ , ୧୩ ରେ ଇଂରାଜୀ, ୧୪ ରେ ତୃତୀୟ ଭାଷା. ୧୬ରେ ସାଧାରଣ ବିଜ୍ଞାନ ଓ ୧୮ ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ସେହିପରି ୨୦ ତାରିଖ ରେ ଗଣିତ ପରୀକ୍ଷା ହେବ । ଗଣିତ ପରୀକ୍ଷା ଦିନଅତିରିକ୍ତ ୧୫ ମିନିଟି ସମୟ ଦିଆଯିବ ବୋଲି ସୂଚନା ଦିଆଯାଇଛି । ସକାଳ ୮ଟା ରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ ବୋଲି ଜଣାଯାଇଛି । ଏହି ପରୀକ୍ଷା ୧୦ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

Exit mobile version