Site icon ଆଜିକାଲି

ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ପୌର ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲା ଭବାନୀପାଟଣା ପୌର ଉପ-କାର୍ଯ୍ୟନିର୍ବାହୀ ସମୀର ଠାକୁରଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍। ଭବାନୀପାଟଣା ମ୍ୟୁନିସିପାଲିଟି ଅଫିସ, ମହାବୀରପଡ଼ା ସ୍ଥିତ ଘର, ବଜାରପଡ଼ା ବେଙ୍ଗାଲୁରୁ ବେକେରି ପାଖସ୍ଥିତ ତାଙ୍କ ଭଡ଼ାଘର ଓ ସମ୍ପର୍କୀୟ ଶଳା ଘରେ ଚାଲିଛି ଚଢାଉ । ଏହି ଚଢ଼ାଉରେ କୋରାପୁଟ ଭିଜିଲାନ୍ସ ଡିଭିଜନର ୪ଟି ଟିମ ସହ ଭବାନୀପାଟଣା ଭିଜିଲାନ୍ସ ଟିମ୍ ମଧ୍ୟ ସାମିଲ ହୋଇଛନ୍ତି ।

ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସକୁ ମିଳିଥିବା ସୂଚନା । ୫ ଜଣ ଡିଏସ୍‌ପି, ୬ ଜଣ ଇନ୍‌ସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ମିଶି ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ କରିଥିବା ଜଣାପଡ଼ିଛି।

Exit mobile version