Site icon ଆଜିକାଲି

ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଦିନ ୧୨ଟା ପୂର୍ବରୁ ମିଳିବ ସୁଭଦ୍ରା ଟଙ୍କା । ଏଥର ପ୍ରାୟ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପହଞ୍ଚିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଠାରେ ପ୍ରଥମ କିସ୍ତିର ଏହି ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ କରିବେ ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି, ସୋମବାର ସନ୍ଧ୍ୟା ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ ୧ କୋଟିରୁ ଅଧିକ ମହିଳା ଆବେଦନ କରି ପଞ୍ଜିକୃତ ହୋଇଛନ୍ତି । ମହିଳାମାନେ ଏତେ ସଂଖ୍ୟାରେ ସୁଭଦ୍ରା ଯୋଜନା ପାଇଁ ଆଗ୍ରହ ଦେଖାଇଛନ୍ତି । ଡିଜିଟାଲ ବ୍ୟବସ୍ଥାରେ ବି ଆମ ମହିଳାମାନେ କେତେ ଦକ୍ଷ, ତାହା ସେମାନେ ପ୍ରମାଣିତ କରିଛନ୍ତି ।

Exit mobile version