Site icon ଆଜିକାଲି

‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ଅପଡ଼େଟ; ଏଣିକି ଆଉ ଦରକାର ପଡ଼ିବନି ଓଟିପି

ଭୁବନେଶ୍ବର: ରାଜ୍ୟରେ ‘ସୁଭଦ୍ରା’ ଯୋଜନା ପାଇଁ ବର୍ତ୍ତମାନ କ୍ରେଜ୍‌ ଜାରି ରହିଛି। ଏହାରି ମଧ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ଅପଡ଼େଟ ଆସିଛି। ଏଣିକି ଆଉ ଦରକାର ପଡ଼ିବନି ଓଟିପି। ଆଧାର ସହିତ ମୋବାଇ ନମ୍ବର ଲିଙ୍କ ନ ଥିଲେ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିପାରିବେ। ଏଥିପାଇଁ ଓଟିପିର ଆଉ ଆବଶ୍ୟକତା ନାହିଁ ବୋଲି ଜଣାପଡ଼ିଛି। ଏହି ଖବର ଜଣାପଡ଼ିବାପରେ ଯୋଗ୍ୟ ହିତାଧିକାରୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କହିବାକୁ ଗଲେ ‘ସୁଭଦ୍ରା’ ଯୋଜନାକୁ ସମ୍ପୂର୍ଣ୍ଣ ରୂପରେ ଓଟିପି ମୁକ୍ତ କରାଯାଇଛି ।

‘ସୁଭଦ୍ରା’ ଯୋଜନା ଆବେଦନକାରୀମାନେ ମୋବାଇଲ ନମ୍ବର ଲିଙ୍କ୍‌ ଓ ଆଧାର ଅପଡେଟ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ପ୍ରବଳ ଗହଳି ଲଗାଉଥିଲେ। ଏହି ଯୋଜନାରେ ଆବେଦନ କରିବା ପାଇଁ ରାତି ଅନିଦ୍ରା ହୋଇ ଆଧାର କେନ୍ଦ୍ର ଆଗରେ ଭିଡ଼ ଲଗାଇବାର ଚିତ୍ର ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା। ଏହି ସୁଯୋଗରେ ଦଲାଲ ମଧ୍ୟ ସକ୍ରିୟ ହୋଇ ଉଠିଥିଲେ। ବର୍ତ୍ତମାନ ଆଧାର ଓଟିପି ନ ଦେଇ ମଧ୍ୟ ଫର୍ମ ସବମିଟ କରି ପାରିବେ।

Exit mobile version