Site icon ଆଜିକାଲି

ଖୁବଶୀଘ୍ର ମିଳିବ ‘ସୁଭଦ୍ରା’ଯୋଜନା ୨ୟ କିସ୍ତି : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ସୁଭଦ୍ରା’ ଯୋଜନାରେ ୯୨ ଲକ୍ଷ ଆବେଦନ କରି ସାରିଲେଣି। ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। ଆଉ ଏକ ସପ୍ତାହ ମଧ୍ୟରେ ଆବେଦନ ୧ କୋଟି ଛୁଇଁଯିବ। ଇ-କେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦେଇ ସାରିଛୁ ।୧ କୋଟି ମହିଳାଙ୍କ ପାଖରେ ପହଞ୍ଚିବାକୁ ୪ ସ୍ଲାବ ରହିଛି । ୧ କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ। ମାର୍ଚ୍ଚ ୮ ପୂର୍ବରୁ ପ୍ରଥମ କିସ୍ତିି ସମସ୍ତ ହିତାଧିକାରୀଙ୍କୁ ଦିଆଯିବ। ମାତ୍ର ୨ୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ। କିଏ ଆଗରେ ପାଉଛି, କିଏ ପରେ ମାତ୍ର ସମସ୍ତେ ନିଶ୍ଚିତ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version