Site icon ଆଜିକାଲି

ସୁଭଦ୍ରା ଯୋଜନା : ମହିଳାଙ୍କ ଆକାଉଣ୍ଟକୁ ଆସିଲା ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା

ବାରିପଦା : ଦୁର୍ଗାପୂଜା ଅବସରରେ ମହିଳାଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା। ବାରିପଦାରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ବଣ୍ଟନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏଁ ଆସିଥିବା ମେସେଜ ଆସିବା ପରେ ଖୁସର ଲହରି ଖେଳିଯାଇଛି। ୩୫ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଆସିଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି।

ତେବେ ସୁଭଦ୍ରା ଟଙ୍କା ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି  ଆଜି ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ଦିଆଯାଇଛି।  ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ , ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ। ସୁଭଦ୍ରା ଯୋଜନା ଓଡିଶାର ସର୍ବ ବୃହତ୍ ଯୋଜନା। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, ଡବଲ ଇଞ୍ଜିନ୍ ସରକାରଙ୍କୁ ଆପଣ ସଫଳ କରିଛନ୍ତି। ଡବଲ ଇଞ୍ଜିନ୍ ସରକାରରେ ଦ୍ଵିଗୁଣ ଫାଇଦା ମିଳିବ। ଦ୍ଵିତୀୟ ପର୍ଯ୍ୟାୟରେ ଆଜି ୧୭୫୦ କୋଟିର ସୁଭଦ୍ରା ସହାୟତା ଦିଆଯାଇଛି। ଦ୍ଵିତୀୟ ପର୍ଯ୍ୟାୟରେ ମୋଟ୍ ୩ ହଜାର କୋଟି ଟଙ୍କାର ସହାୟତା ଦିଆଯାଇଛି।

Exit mobile version