Site icon ଆଜିକାଲି

ଆଜି ଓସିଏ ନିର୍ବାଚନ ପାଇଁ ନାମାଙ୍କପତ୍ର ଦାଖଲ

କଟକ : ଆଜି ଓସିଏ ନିର୍ବାଚନ ପାଇଁ ନାମାଙ୍କପତ୍ର ଦାଖଲ ହେବ। ଆଶୀର୍ଵାଦ ବେହେରାଙ୍କ ପ୍ୟାନେଲରୁ ୩ ଜଣ ପାର୍ଥୀ ଚୂଡାନ୍ତ ହୋଇ ସାରିଛନ୍ତି। ସଭାପତି ପଦରେ ପ୍ରଣବ ପ୍ରକାଶ ଦାସ , ଉପସଭାପତି ପ୍ରାର୍ଥୀ ଭାଵେ ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ପଦ ପାଇଁ ସଞ୍ଜୟ ବେହେରାଙ୍କ ନାଁ ସ୍ଥିର କରି ସାରିଛି ପ୍ୟାନେଲ। ତେବେ ବାକି ୩ ଟି ପଦ ରହିଛି ତାକୁ ନେଇ ଏବେବି ଛକାପଞ୍ଝା ଜାରି ରହିଛି।

ଆସନ୍ତା ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ୨୩ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ତେଣୁ ୨୨ତାରିଖରେ କେତେ ଜଣ ନିର୍ଦ୍ବନ୍ଦ୍ବରେ ନିର୍ଵାଚିତ ହେଵେ ତାହା ସ୍ପଷ୍ଟ ଜଣାପଡିଵ। ଯଦି ବିରୋଧୀ ପାର୍ଥୀ ନାମାଙ୍କନ ନଭରନ୍ତି ତେବେ ପ୍ରଣବ,ସଞ୍ଜୟ ଓ ପଙ୍କଜ ନିର୍ଦ୍ୱନ୍ଦ୍ବରେ ନିର୍ଵାଚିତ ହେଵେ। ଯଦି କୌଣସି ପଦ ପାଇଁ ଏକାଧିକ ପ୍ରାର୍ଥୀ ନାମାଙ୍କନ କରନ୍ତି ତେଵେ ତେବେ ୨୮ ରେ ଓସିଏ ନିର୍ବାଚନ ହେବ। ଏହି ନିର୍ଵାଚନରେ ମୋଟ ୭୩ଜଣ ଭୋଟର ଅଛନ୍ତି।

Exit mobile version