Site icon ଆଜିକାଲି

ଇଡିକୁ ସଫଳତା, ମିଳିଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲକମେଲର ଅର୍ଚ୍ଚନା ନାଗଙ୍କ ବହୁଚର୍ଚ୍ଚିତ ଏଣ୍ଡେଭର କାରକୁ ଜବତ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ପରିତ୍ୟକ୍ତ ଅବସ୍ଥାରେ ଠାବ । ପ୍ରଥମେ କାରକୁ ନେବା ପାଇଁ ଟୋଇଂ କାର ଡକାଯାଇଥିଲା । ହେଲେ କାର ପାର୍କିଂ ମୋଡରେ ଥିବାରୁ ନେବା ସମ୍ଭବପର ହୋଇନଥିଲା । ପରେ କାରକୁ ନେବା ପାଇଁ ବିଶେଷଜ୍ଞ ଦଳକୁ ଡକାଇଥିଲେ ଇଡି ଅଧିକାରୀ ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ସଫଳତା । ଦୀର୍ଘ ଦିନ ଧରି ନିଖୋଜ ଥିବା ଏଣ୍ଡେଭର କାର୍ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଠାବ ହୋଇଛି । ପରିତ୍ୟକ୍ତ ଅବସ୍ଥାରେ ଏହି କାର ଥିବା ବେଳେ ଏହାର ନମ୍ବର ପ୍ଲେଟ ନାହିଁ। କାରର ଆଗ କି ପଛ ନମ୍ବର ପ୍ଲେଟ ନାହିଁ । ସେ ଗାଡ଼ି ଅର୍ଚ୍ଚନା ନାଗଙ୍କର ବୋଲି ଅନୁମାନ କରାଯାଉଥିଲା । ପରେ ଇଡିର ଅଧିକାରୀ ମାନେ ସେଠାରେ ପହଞ୍ଚି ଇଞ୍ଜିନ ଓ ଚେସିସ ନମ୍ବର ଯାଞ୍ଚ କରିବା ପରେ ତାହା ଅର୍ଚ୍ଚନାଙ୍କ ଏଣ୍ଡେଭର ବୋଲି ସ୍ପଷ୍ଟ ହୋଇଛି । ଏହି କାରଟି ଜଣେ ନେତା ଅର୍ଚ୍ଚନାକୁ ଉପହାର ଦେଇଥିଲେ ବୋଲି ଜଣାପଡିଛି ।

Exit mobile version