Site icon ଆଜିକାଲି

ଜାତୀୟସ୍ତର ର ଟିଭି ପରଦାରେ ଚମତ୍କାର ନୃତ୍ୟ ପରିବେଷଣ କରି ମନମୋହିଲେ କେନ୍ଦୁଝର ଝିଅ

କେନ୍ଦୁଝର, (ବ୍ରଜକିଶୋର ରାୟ) କେନ୍ଦୁଝର ପରି ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ରୁ ଯାତ୍ରା ଆରମ୍ଭ କରିଥିବା ଚିରଶ୍ରୀ ସାଗରୀକା ଏବେ ଜାତୀୟ ଗଣମାଧ୍ୟମ ତଥା ଟିଭି ଚେନାଲ କଲର୍ସ ର ଡେନ୍ସ ଦିୱାନେ ଶୋ ରେ ଚମତ୍କାର ନୃତ୍ୟ ପରିବେଷଣ କରି ମନମୋହିଥିଲେ ଉପସ୍ଥିତ ଜଜ ତଥା ଅଭିନେତା ସୁନୀଲ ସେଟ୍ଟି ଓ ବଲିଉଡ଼ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଙ୍କର। ଚିରଶ୍ରୀ ଙ୍କର ଚମତ୍କାରି ନୃତ୍ୟ ପରିବେଷଣ ଦେଖି ଉଭୟ ଜଜ ଛିଡ଼ା ହୋଇ ତାଳି ମାରି ସ୍ୱାଗତ କରି ଥିଲେ। ପୂର୍ବରୁ ସେ ଓଡ଼ିଆ ଟିଭି ଶୋ ଡେନ୍ସ ଓଡିଶା ଡେନ୍ସ,ନହ୍ନି ପରୀ ରେ ପାରଦର୍ଶିତା ଦେଖାଇ ନିଜର ପ୍ରତିଭା କୁ ପ୍ରତିପାଦିତ କରିପାରିଥିଲେ। ପ୍ରତିଷ୍ଠିତ ଟିଭି ଚେନେଲ ଷ୍ଟାର ପ୍ଲସ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଡାନ୍ସ ପ୍ଲସ ରେ ମଧ୍ୟ ଚିରଶ୍ରୀ ନୃତ୍ୟ ପ୍ରଦର୍ଶନ ରେ ସାରା ଭାରତରେ ଏକ ପରିଚୟ ତିଆରି କରିବାରେ ସଫଳତା ଅର୍ଜନ କରିଥିଲେ। ନୃତ୍ୟ ପରିବେଷଣ କୁ ପାଥେୟ କରି କେନ୍ଦୁଝର ରୁ ମୁମ୍ବାଇ ଯାତ୍ରା ରେ ସଫଳତା ପାଇପାରିଛନ୍ତି କେନ୍ଦୁଝର ଝିଅ ଚିରଶ୍ରୀ। ଏହି ସଫଳତା ଦେଇଛି ତାଙ୍କର ଏକାଗ୍ରତା ଓ ସ୍ବପ୍ନ, ଭବିଷ୍ୟତ ରେ ଜଣେ ପ୍ରତିଷ୍ଠିତ କୋରୀୟ ଗ୍ରାଫର ହେବାକୁ ଦୃଢ଼ ସଂକଳ୍ପ ନେଇଛନ୍ତି ଚିରଶ୍ରୀ(ପରୀ)। ବାପା ଓ ମା ଙ୍କ ସହଯୋଗ ଓ ଆଶୀର୍ବାଦ ତାଙ୍କ ସଫଳତା ଚାବିକାଠି ବୋଲି ସେ ମନେକରନ୍ତି। ତାଙ୍କ ବାପା ଦୟାସାଗର ପଣ୍ଡା ଏକ ଘରୋଇ ଜୀବନବିମା କମ୍ପାନୀ ରେ ପରିଚାଲକ ଭାବେ କାର୍ଯ୍ୟ କରୁଥିବା ବେଳେ ମା ସର୍ବାଣୀ ମହାପାତ୍ର କେନ୍ଦୁଝର ସହରରେ ଜିଙ୍ଗେଲବେଲ ନାମକ ଏକ ଶିକ୍ଷାନୁଷ୍ଠାନ ଚଲାଇବା ସହିତ ଏକ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ କରି ନୃତ୍ୟ ଶିକ୍ଷା ଦିଅନ୍ତି। ବର୍ତ୍ତମାନ ଚିରଶ୍ରୀ ରବୀନ୍ଦ୍ର ବିଦ୍ୟାନିକେତନ ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନ ରେ ଏକାଦାଶ ଶ୍ରେଣୀ ରେ କଳା ଛାତ୍ରୀ ଭାବେ ଅଧ୍ୟୟନ ରତ ଅଛନ୍ତି।

Exit mobile version