Site icon ଆଜିକାଲି

ଅତ୍ୟାଧୁନିକ ବାଲାଷ୍ଟିକ୍‌ ମିସାଇଲ ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର : ଅଗ୍ନି ପ୍ରାଇମ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ । ଭଦ୍ରକ ସ୍ଥିତ ଅବ୍‌ଦୁଲ୍‌ କଲାମ ଦ୍ବୀପରୁ ଅତ୍ୟାଧୁନିକ ବାଲାଷ୍ଟିକ୍‌ ମିସାଇଲ ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ କରାଯାଇଛି । ବୁଧବାର ରାତିରେ ପରୀକ୍ଷଣ କରାଯାଇଥିବା ନେଇ ଡିଆରଡିଓ ( ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍‌ ) ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ଅତ୍ୟାଧୁନିକ ମିସାଇଲ ଅଗ୍ନି ପ୍ରାଇମ୍‌ର ଲକ୍ଷ୍ୟ ଭେଦ କ୍ଷମତା ୧ ହଜାରରୁ ୨ ହଜାର ରହିଛି । ୩ ଥର ଟ୍ରାଏଲ ପରେ ପରୀକ୍ଷଣ ସଫଳ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଆଗାମୀ ଦିନରେ ଏହା ସହାୟକ ହେବା ସହିତ ସେନାକୁ ଆହୁରି ଶକ୍ତିଶାଳୀ କରିବାରେ ସହାୟକ ହେବ । ଅଗ୍ନି ପ୍ରାଇମ୍‌ ମିସାଇଲର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଓ ସଶସ୍ତ୍ର ବଳକୁ ଅଭିନନ୍ଦନ ଜଣାଇଛନ୍ତି ।

Exit mobile version