Site icon ଆଜିକାଲି

୧୪ଦଫା ଦାବିନେଇ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପାର୍ଟି ପକ୍ଷରୁ ଗଣ ବିକ୍ଷୋଭ

କେନ୍ଦୁଝର,  ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) କେନ୍ଦୁଝର ଜିଲ୍ଲା ସାଂଗଠନିକ କମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭ ପୂର୍ବରୁ କେନ୍ଦୁଝର ସହରର କରଞ୍ଜିଆ ବସଷ୍ଟଣ୍ଡ ଠାରୁ ସହ ସହ ସଂଖ୍ୟାରେ ଚାଷୀ–ମୂଲିଆ, ମହିଳା, ଏକ ଶୋଭାଯାତ୍ରାରେ ଗାନ୍ଧୀଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ସମାବେଶ କକ୍ରେଡ ଘନଶ୍ରାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ଓଡ଼ିଶା ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ତଥା ଏ.ଆଇ,କେ.କେ.ଏମ୍.ଏସ୍ ର ରାଜ୍ୟ ସଂପାଦକ କମ୍ରେଡ ରଘୁନାଥ ଦାସ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ କେନ୍ଦ୍ରରେ ପ୍ରତିଷ୍ଠିତ ବିଜେପି ନେତୃତ୍ୱାଧୀନ ଏନ୍.ଡି.ଏ ସରକାର ଓ ରାଜ୍ୟର ବିଜେଡି ସରକାର ଜନଗଣଙ୍କର ଗୋଟିଏ ହେଲେ ମୌଳିକ ସମସ୍ୟାର ସମାଧାନ କରିବାତ ଦୂରର କଥା ଅପରନ୍ତୁ ବିଭିନ୍ନ କ୍ଷେତ୍ରରେ ଜନ ବିରୋଧ ଆଇନ୍ ଆଣି ଜନସାଧାରଣଙ୍କୁ ହଇରାଣହରକତ କରୁଛନ୍ତି । ବିକ୍ଷୋଭ ସ୍ଥଳରୁ କମ୍ରେଡ ପ୍ରକାଶ ମଲ୍ଲିକଙ୍କ ନେତୃତ୍ବରେ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ୧୪ ଦଫା ଦାବି
ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Exit mobile version