Site icon ଆଜିକାଲି

ଆମେରିକା ରାଷ୍ଟ୍ରପତିଙ୍କୁ ବାଲୁକାକଳା ମାଧ୍ୟମରେ ସ୍ବାଗତ

ପୁରୀ : ଆମେରିକା ରାଷ୍ଟ୍ରପତିଙ୍କୁ ବାଲୁକାକଳା ମାଧ୍ୟମରେ ସ୍ବାଗତ । ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଜି୨୦ । ଏଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବହୁ ଡେଲିଗେଟ୍ସ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜୋ ବାଇଡେନଙ୍କ ଗସ୍ତ ନେଇ ପୁରୀ ବେଳାଭୂମିରେ ଏକ ଆକଷର୍ଣୀୟ ବାଲୁକାକୃତି ତିଆରି କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ପ୍ରାୟ ୨ ହଜାର ଦୀପ ବ୍ୟବହାର କରି ଏହି ସୁନ୍ଦର ବାଲୁକାକଳାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଛି । ଦେଶରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନକୁ ମଧ୍ୟ ଏହି କଳାକୃତିରେ ପରିଲକ୍ଷିତ କରାଯାଇଛି।

Exit mobile version